ମ,ରାମପୁର ୨୨/୦୪: କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି ( ଡଙ୍ଗର ପଡ଼ା ) ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୯ ଟା ସମୟରେ ବିଦ୍ୟୁତ୍ ଆଘାତରେ ମା’ ପୁଅଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ନଅଟା ସମୟରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖାଇବାକୁ ଯାଇ ବିତ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ମାଆଙ୍କୁ ବଞ୍ଚାଇବାକୁ ଯାଇ ପୁଅ ରବି ସୁନା(୩୫) ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ମା’ ପୁଅ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।